Hindusthan Samachar
Banner 2 गुरुवार, नवम्बर 15, 2018 | समय 17:41 Hrs(IST) Sonali Sonali Sonali Singh Bisht

ଭଦ୍ରକରେ ଜିଲ୍ଲାସ୍ତରୀୟ କାବ୍ୟାଞ୍ଜଳି କାର୍ଯ୍ୟକ୍ରମ

By HindusthanSamachar | Publish Date: Sep 16 2018 8:17PM
ଭଦ୍ରକରେ ଜିଲ୍ଲାସ୍ତରୀୟ କାବ୍ୟାଞ୍ଜଳି କାର୍ଯ୍ୟକ୍ରମ
ଭଦ୍ରକ, ୧୬ ସେପ୍ଟେମ୍ବର (ହି.ସ.) - ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ଅଟଳଜୀଙ୍କ ଦେହାବସାନର ଏକମାସ ପୂର୍ତି ଅବସରରେ ଆଜି ଭଦ୍ରକ ଶହୀଦ ସ୍ମୃତି ଭବନରେ ‘କାବ୍ୟାଞ୍ଜଳି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କବି ଶାନ୍ତନୁ ରାଉତଙ୍କ ସଭାପତିତ୍ୱରେ ଏବଂ କବି ମୁକ୍ତିକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଜପେୟୀଜୀଙ୍କ ବିଭିନ୍ନ କାବ୍ୟମାଳାକୁ ନେଇ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହାକୁ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଯୁବ ସମାଜସେବୀ ବଦ୍ରୀନାରାୟଣ ଧଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ କବି, ଲେଖକ, ସାହିତ୍ୟିକ, ଶିକ୍ଷାବିତ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଘାସଫୁଲର ସମ୍ପାଦକ ବିଷ୍ଣୁ ସେଠୀ, ଡା. ପ୍ରଦିପ ନାୟକ, ସୁଧାକର ରାଉତଙ୍କ ସମେତ କବି ଅବନୀ ପ୍ରଧାନ, ଶରତ ଦାସ, ବିପ୍ଳବ ହୋତା, ରଜତ ସାହୁ, ଅଶୋକ ରାଉତ, ବାବୁଲାଲ ଦାସ, ପରେଶ ରାୟ ମହାପାତ୍ର, କବୟିତ୍ରୀ ରାଧାରାଣୀ ପଣ୍ଡା, ମନସ୍ମିତା ଖୁଂଟିଆ, ବିଜୟଲକ୍ଷ୍ମୀ ପଣ୍ଡା, ଗୀତାରାଣି ଆଇଚ, ସୁମିତ୍ରା ପାଣି, ରୁକ୍ମିଣୀ ଦାସ, ମନୋରମା ପାତ୍ର, ସୁକାନ୍ତୀ ମିଶ୍ର, ପ୍ରମୁଖ କବିତା ଆବୃତି କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
image