Hindusthan Samachar
Banner 2 गुरुवार, नवम्बर 15, 2018 | समय 17:57 Hrs(IST) Sonali Sonali Sonali Singh Bisht

ସ୍ମୃତି ସାନ୍ତ୍ୱନାର ସାରସ୍ୱତ ସମାରୋହ ଅନୁଷ୍ଠିତ

By HindusthanSamachar | Publish Date: Sep 16 2018 8:17PM
ସ୍ମୃତି ସାନ୍ତ୍ୱନାର ସାରସ୍ୱତ ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର,୧୬ ସେପ୍ଟେମ୍ବର - ମହିଳା ପତ୍ରିକା ‘ସ୍ମୃତି ସାନ୍ତ୍ୱନା’ର ସପ୍ତମ ବାର୍ଷିକ ସ୍ୱନକ୍ଷତ୍ର ସମାରୋହ ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦିକା ସବିତାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରିବା ସମୟରେ ବିଜୟ କୁମାର ବହଳି ବେଦ ପାଠ କରିଥିଲେ । ସ୍ମୃତି ସାନ୍ତ୍ୱନାର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଡ. ରମେଶ ଚନ୍ଦ୍ର ବେହେରାଙ୍କ ସମେତ ୨୦୧୮ ମସିହାରେ ସ୍ୱର୍ଗବାସୀ ହୋଇଥିବା ସମସ୍ତ ସାହିତ୍ୟିକ, କଳାକାରଙ୍କ ସ୍ୱର୍ଗତ ଆତ୍ମା ଉଦ୍ଦେଶ୍ୟରେ ଦୀପଦାନ କରାଯାଇ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟଅତିଥି ଭାବେ ଯୋଗଦେଇ ବେଦବିଦୂଷୀ ଶନ୍ନୋଦେବୀ ‘ସ୍ମୃତି ସାନ୍ତ୍ୱନା’ ପତ୍ରିକାକୁ ଉନ୍ମୋଚନ କରି ବେଦରେ ମହିଳାଙ୍କ ଭୂମିକା ବିଷୟରେ କହିଥିଲେ । ମୁଖ୍ୟ ବକ୍ତାଭାବେ ଡ. ଶକୁନ୍ତଳା ବଳିୟାରସିଂ କହିଲେ ଯେ, ନାରୀ କେବେ ନିଜକୁ ହୀନ ମଣିବା ଉଚିତ୍ ନୁହେଁ । ସବୁ ପ୍ରକାର ସାମାଜିକ ସମସ୍ୟା ମଧ୍ୟରେ ନାରୀଟିଏ ଚାହିଁଲେ ସମାଜ ଓ ସାହିତ୍ୟର ଉନ୍ନତି କରିପାରିବ । ସମ୍ମାନିତ ଅତିଥି ଭାବେ ଆଇ.ଏ.ଏସ୍. ମଧୁସୂଦନ ପାଢୀ କହିଲେ ଯେ, ସମ୍ପାଦିକାଙ୍କ ଏକକ ଉଦ୍ୟମରେ ଆଜି ସ୍ମୃତି ସାନ୍ତ୍ୱନା ପାଠକୀୟ ଶ୍ରଦ୍ଧା ଓ ଲେଖକୀୟ ଅନୁରକ୍ତି ପାଇ ପ୍ରେରଣାର ଉତ୍ସ ହୋଇପାରିଛି । ସମ୍ମାନିତ ବକ୍ତାଭାବେ ଯୋଗଦେଇ ମମତା ମହାପାତ୍ର କହିଲେ ଯେ, ଭଦ୍ରକ ଜିଲ୍ଲାର ପ୍ରଥମ ମହିଳା ପତ୍ରିକା ରୂପେ ‘ସ୍ମୃତି ସାନ୍ତ୍ୱନା’ ୬ ବର୍ଷ ତଳେ ପ୍ରକାଶିତ ହୋଇ ଏବେ ସପ୍ତମ ଜନ୍ମଦିନ ପାଳନ କରୁଛି, ଏହା ବହୁତ ଖୁସିର କଥା । ଡ. ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସହ ସମ୍ପାଦିକା ଡ. ସୁମିତ୍ରା ମିଶ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସ୍ମୃତି ସାନ୍ତ୍ୱନାର ସ୍ୱତନ୍ତ୍ର ସଂଖ୍ୟା ଓ ସୁମିତ୍ରା ମିଶ୍ରଙ୍କ ନାଟକ ‘ପଥ ପ୍ରାନ୍ତେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ସୁଚେତା ରାଉତ, ବୀଣାପାଣି ସାହୁ, କାନନବାଳ ପଟ୍ଟନାୟକ, ସୁଲେଖା ସାମନ୍ତରାୟ, ମଞ୍ଜୁଳା ତ୍ରିପାଠୀ ଓ ଅନିମା ପଟ୍ଟନାୟକଙ୍କୁ ‘ସ୍ମୃତି ସାନ୍ତ୍ୱନା ସମ୍ମାନ’ରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କବି ବିମଳା ସିଂଙ୍କ ସଭାପତିିନତୀ ବେହରା ଏବଂ ପୂର୍ଣ୍ଣାନନ୍ଦ ମହାନ୍ତିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୮୦ଜଣ କବି ଯୋଗ ଦେଇ ନିଜ ନିଜର କବିତା ପଢି ସ୍ମୃତି ସାନ୍ତ୍ୱନାକୁ ଆଶୀର୍ବାଦ ଦେଇଥିଲେ । .................
image