Hindusthan Samachar
Banner 2 मंगलवार, सितम्बर 25, 2018 | समय 14:55 Hrs(IST) Sonali Sonali Sonali Singh Bisht

ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଘଂଟ ଘୋଡ଼ାଉଛି ପୁଲିସ

By HindusthanSamachar | Publish Date: Sep 16 2018 8:17PM
ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଘଂଟ ଘୋଡ଼ାଉଛି ପୁଲିସ
ଭଦ୍ରକ, ୧୬ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅନ୍ତର୍ଗତ ତେଲନଟି ଗ୍ରାମର ମୁରଲୀ ଯେନା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତମାନେ ଏବେ ଖୁଲମଖୋଲା ବାହାରେ ବୁଲିବା ସହ ପୀଡିତ ପରିବାରକୁ ଓଲଟି ହତ୍ୟା ଧମକ ଦିଆଯାଉଛି । ଏହି ଘଟଣାରେ ଜନୈକ ପୁଲିସ ଏଏସଆଇଙ୍କ ଭୂମିକା ସନ୍ଦେହ ଘେରରେ ଥିବାବେଳେ ତାଙ୍କୁ ତୁରନ୍ତ ନିଲମ୍ବନ ଓ ଗିରଫ କରିବାକୁ ଶତାଧିକ ଗ୍ରାମବାସୀ ଭଦ୍ରକ ଏସ୍ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ହତ୍ୟାକାଣ୍ଡର ୧୫ ଦିନ ବିତିଯାଇଥିଲେ ମଧ୍ୟ ରାଜନୈତିକ ଚାପ ପକାଯାଇ ଏଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରଯାଉନାହିଁ ବୋଲି ଅଭିଯୋଗ ହୋଇଛି । ଘଟଣା ପରଦିନ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ଏସଡିପିଓ ମନୋରଂଜନ ସାମଲଙ୍କ ନିକଟରେ ମଧ୍ୟ ସଂପୃକ୍ତ ଏଏସ୍ଆଇଙ୍କୁ ନିଲମ୍ବନ ପାଇଁ ଦାବି କରାଯାଇଥିଲା । ଗ୍ରାମବାସୀମାନେ ଏସ୍ପିଙ୍କୁ ଭେଟିବା ସହ ତୁରନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା, ସଂପୃକ୍ତ ଏଏସ୍ଆଇଙ୍କୁ ନିଲମ୍ବନ ଓ ଗିରଫ କରିବା, ମୃତକଙ୍କ ପରିବାରକୁ ପୁଲିସ ସୁରକ୍ଷା ଦିଆଯିବା, ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କ ଦ୍ୱାରା ହତ୍ୟାକାଣ୍ଡର ତଦନ୍ତ କରାଯିବା ଆଦି ଦାବି କରିଛନ୍ତି । ଭଦ୍ରକ ଏସପି ଏହି ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବା ସହ ରାସ୍ତାରୋକ ଓ ଜନ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଚେତାବନୀ ଦିଆଯାଇଛି । ଏହି ଘଟଣାରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରାଜେଶ ପଣ୍ଡିତ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି .......................................
image