Hindusthan Samachar
Banner 2 सोमवार, नवम्बर 19, 2018 | समय 14:25 Hrs(IST) Sonali Sonali Sonali Singh Bisht

ଆଜି ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା

By HindusthanSamachar | Publish Date: Jul 14 2018 7:17AM
ଆଜି ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା
ଭୁବନେଶ୍ବର/ପୁରୀ,୧୪ ଜୁଲାଇ (ହି,ସ)-ଆଜି ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଚତୁର୍ଧାମୂର୍ତ୍ତିଙ୍କ ପବିତ୍ର ଘୋଷ ଯାତ୍ରା ସାରା ବିଶ୍ବରେ ଅନୁଷ୍ଠିତ ହେବ .ଏଥିପାଇଁ ଗତକାଲିଠାରୁ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥ ସିଂହଦ୍ୱାରରେ ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ଅପେକ୍ଷା କରିଛନ୍ତି। ଗତକାଲିଠାରୁ ଲକ୍ଷ ଲକ୍ଷ ଭକ୍ତ ରୁଣ୍ଡ ହୋଇଗଲେଣି ଶ୍ରୀକ୍ଷେତ୍ରରେ। ସେପଟେ ପ୍ରଶାସନ ବି ଶୃଙ୍ଖଳାର ସହିତ ରଥଯାତ୍ରାର ସମାପନ ପାଇଁ କସରତ ଚଳାଇଛି। ପୁଲିସ ଛାଉଣି ଭିତରେ ପୁରୀ ସହରକୁ ଘେରି ଦିଆଯାଇଛି। ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯିବ। ମୁଦିରସ୍ତ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ। ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହେବ ଚତୁର୍ଧାବିଗ୍ରହଙ୍କ ପହଣ୍ଡି।ଶ୍ରୀମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳଆଳତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ବେଶ ଶେଷ ଓ ଦ୍ଵାରପାଳ ପୂଜା ହେବ। ସକାଳ ୮ଟାରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା୩୦ରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୧୨ଟା ୩୦ରେ ପହଣ୍ଡି ଶେଷ ହେବା ପରେ ତୁରନ୍ତ ମଦନମୋହନ ବିଜେ କରିବେ। ଚିତାଲାଗି ୧ଟା ୩୦ରୁ ୨ଟା ମଧ୍ୟରେ ଶେଷ ହେବ। ୨ଟାରୁ ୩ଟା ମଧ୍ୟରେ ଛେରାପହଁରା, ଚାରମାଳ ଫିଟା, ସାରଥୀ ଲାଗି ଓ ଘୋଡ଼ା ଲାଗି ହେବ। ଆସନ୍ତାକାଲି ୪ଟା ବେଳେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।ମହାପ୍ରଭୁଙ୍କ ଟାହିଆ ସୁରକ୍ଷିତ ରଖିବା, ଶ୍ରୀଜିଉଙ୍କୁ ସ୍ପର୍ଶ ନକରିବା ଓ ରଥ ଉପରକୁ ଚଢିବା କଟକଣା ବଳବତ୍ତର ରଖାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ରଥଯାତ୍ରା ପାଇଁ ପୁଲିସ ପକ୍ଷରୁ ୧୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।
image