Hindusthan Samachar
Banner 2 रविवार, नवम्बर 18, 2018 | समय 13:42 Hrs(IST) Sonali Sonali Sonali Singh Bisht

ଆଜି ରଥଯାତ୍ରା : ଭୁବନେଶ୍ୱରରେ ମୂତୟନ ହେବ ୨୦ ପ୍ଲାଟୁନ ପୋଲିସ ଫୋର୍ସ

By HindusthanSamachar | Publish Date: Jul 14 2018 6:57AM
ଆଜି ରଥଯାତ୍ରା : ଭୁବନେଶ୍ୱରରେ ମୂତୟନ ହେବ ୨୦ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର, 14 ଜୁଲାଇ - ଆଜି ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୨୦ ପୋଲିସ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ଇସ୍କନ, ଆରସିଏମ, କିଟ୍, ଖଣ୍ଡଗିରି ସ୍ଥାନରେ ବଡ଼ ବଡ଼ ରଥ କରାଯାଇଥିବାରୁ ସେଠାରେ ଅଧିକ ପୋଲିସ ଫୋର୍ସ ମୂତୟନ କରାଯାଇଛି ବୋଲି ଅତିରିକ୍ତ ପୋଲିସ କମିଶନର ରଜତ ରାୟ ପ୍ରକାଶ କରିଛନ୍ତି . ଅପରପକ୍ଷରେବିଏମସି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ଜଳ ସିଂଚନ ବ୍ୟବସ୍ଥା ମଧ୍ୟ ସେ ସବୁ ସ୍ଥାନରେ କରାଯାଇଛି ବୋଲି ମେୟର ଅନନ୍ତ ନାରାୟଣ ଜେନା ପ୍ରକାଶ କରିଛନ୍ତି । ସେହି ସବୁ ସ୍ଥାନରେ ସଫେଇ କାର୍ଯ୍ୟ ପାଇଁ ସଫେଇ କର୍ମଚାରୀ ମୂତୟନ କରାଯାଇଛି । ସଚିବାଳୟ ପଛ ପାଶ୍ୱର୍ସ୍ଥିତ ୫ ନମ୍ବର, ଓୟୁଏଟି, ବାଲିଅନ୍ତା, ବାଳକାଟି, ଉତରା, ରଘୁନାଥପୁର, ଶୈଳଶ୍ରୀବିହାର, ପାହାଳ, ପାତ୍ରପଡ଼ା, କୋଳଥିଆ, ଜଟଣୀରେ କୁଦିଆରୀ, ହାଟବଜାର, ବାଛରା, ରାଜାବଜାର, ହରିପୁର, ରେଙ୍ଗଳ, ଅରଗୁଳ ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।
image