Hindusthan Samachar
Banner 2 रविवार, नवम्बर 18, 2018 | समय 13:37 Hrs(IST) Sonali Sonali Sonali Singh Bisht

ଜଗନ୍ନାଥଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ସର୍ବେ ଭବନ୍ତୁ ସୁଖିନଃ ଆଜିଠାରୁ

By HindusthanSamachar | Publish Date: Jul 14 2018 6:57AM
ଜଗନ୍ନାଥଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ସର୍ବେ ଭବନ୍ତୁ ସୁଖିନଃ ଆଜିଠାରୁ
ଭୁବନେଶ୍ୱର, 14 ଜୁଲାଇ - ସ୍ଥାନୀୟ ଟଙ୍କପାଣି ରୋଡସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀ ପରିସରରେ ରଥଯାତ୍ରା ଉପଲକ୍ଷେ ଆଜିଠାରୁ ଚିତ୍ରକଳା ପ୍ରଦର୍ଶନୀ “ସର୍ବେ ଭବନ୍ତୁ ସୁଖିନଃ” ଆରମ୍ଭ ହେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ପ୍ରଦର୍ଶନୀରେ ରାଜ୍ୟ ଓ ରାଜ୍ୟ ବାହାରର ୪୫ଜଣ ସୁନାମଧନ୍ୟ କଳାକାରଙ୍କର ସୁନ୍ଦର ଛବି ଗୁଡିକ ସ୍ଥାନ ପାଇଛି । ଏହା ଦ୍ୱାରା ବାହାରୁ ଆସୁଥିବା ଜଗନ୍ନାଥପ୍ରେମୀ ପ୍ରର୍ଯ୍ୟଟକଙ୍କୁ ମହାପ୍ରଭୁଙ୍କର ବିଭିନ୍ନଲୀଳା ଓ ଜଗନ୍ନାଥ ସଂସ୍କୃତି ବିଷୟରେ ଅନେକ କିଛି ଜାଣିବାର ସୁଯୋଗ ମିଳବ ବୋଲି ଗ୍ୟାଲେରୀ ଚେୟାରମ୍ୟାନ ସୂର୍ଯ୍ୟ ରଥ କହିଛନ୍ତି । ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୫ ଜଣ ଯୁବ ଓ ବରିଷ୍ଠ କଳାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି ଗୁଡିକ ନିଶ୍ଚିତଭାବେ ଜଗନ୍ନାଥପ୍ରେମୀ ମାନଙ୍କୁ ଓଡିଶା ଆସିବାକୁ ଆକୃଷ୍ଠ କରିବ ବୋଲି ଗ୍ୟାଲେରୀ ନିର୍ଦ୍ଦେଶକ ଅଶୋକ ନାୟକ କହିଛନ୍ତି ।ଏହି ପ୍ରଦର୍ଶନୀ ପବିତ୍ର ଶ୍ରୀ ଗୁଣ୍ଡିଚାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦ୍ଦେଶକ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
image